ପ୍ରେରଣା ଇ-ପତ୍ରିକା ପ୍ରକାଶନର ନିୟମାବଳୀ :

୧. ପ୍ରେରଣା ଇ-ପତ୍ରିକା ଏକ ମାସିକ ସଂସ୍କରଣ ହୋଇଥିବାରୁ ପ୍ରିୟ ଲେଖକ/ଲେଖିକା ମାନେ ପ୍ରତି ମାସରେ ପ୍ରକାଶଯୋଗ୍ୟ ନିଜସ୍ଵ ଲେଖା ପଠାଇ ପାରିବେ ।
୨. ପ୍ରକାଶନ ପାଇଁ ପ୍ରେରିତ ଲେଖା ଗୁଡିକର ନକଲ କୁ ଲେଖକ/ଲେଖିକା ମାନେ ନିଜ ପାଖରେ ସରଂକ୍ଷିତ କରି ରଖିବା ପାଇଁ ଅନୁରୋଧ । କାରଣ ଅମନୋନିତ ଲେଖା ଗୁଡିକ ଫେରସ୍ତ ହେବାର ବ୍ୟବସ୍ଥା ନାହିଁ  ।
୩. ବର୍ତ୍ତମାନ ପ୍ରେରଣା ଇ-ପତ୍ରିକା ମୁଖ୍ୟତଃ ପଦ୍ୟ ଏବଂ ଗଦ୍ୟ ଏହି ଦୁଇଟି ବିଭାଗ କୁ ନେଇ ଗଠିତ ହୋଇଥିବାରୁ ପ୍ରତି ସଂସ୍କରଣ ପାଇଁ ପ୍ରିୟ ଲେଖକ/ଲେଖିକା ମାନେ ଅତିବେଶିରେ କେବଳ ଦୁଇଟି (ଗୋଟିଏ ଗଦ୍ୟ ଏବଂ ଗୋଟିଏ ପଦ୍ୟ) ଲେଖା ପଠାଇ ପାରିବେ ।
୪. ପ୍ରିୟ ଲେଖକ/ଲେଖିକା ମାନେ ନିଜସ୍ଵ ଲେଖା ପଠାଇବା ପାଇଁ www.preranaodia.com ରେ ଉପଯୁକ୍ତ ତଥ୍ୟ ପ୍ରଦାନ କରିବା ସହ ନିଜସ୍ଵ ଲେଖା ଅପ୍-ଲୋଡ କରନ୍ତୁ  ।
୫. ପ୍ରତି ସଂସ୍କରଣ ପାଇଁ କେବଳ ଏହି ପଞ୍ଜୀକରଣ ଦ୍ଵାରା ଲେଖା ଗ୍ରହଣଯୋଗ୍ୟ ଅଟେ । ସୁତରାଂ ପ୍ରତି ସଂସ୍କରଣ ପାଇଁ ଲେଖକ/ଲେଖିକା ମାନଙ୍କୁ ଲେଖାକୁ www. preranaodia.com ରେ ଅପ୍-ଲୋଡ କରିବାକୁ ପଡିବ । ପଞ୍ଜୀକରଣ ସମୟରେ କୌଣସି ତୃଟି ପରିଲକ୍ଷିତ ହେଲେ ଆମ ସହ ଯୋଗାଯୋଗ କରିବାକୁ ଅନୁରୋଧ ।
୬. ପ୍ରିୟ ଲେଖକ/ଲେଖିକା ମାନେ ପଞ୍ଜୀକରଣ ଫର୍ମ ରେ ପ୍ରଦତ୍ତ ସ୍ଥାନରେ ନିଜସ୍ଵ ଲେଖାକୁ ଓଡିଆ ରେ ଲେଖି ପାରିବେ ।  
୭. ଇ-ମେଲ କିମ୍ବା ହ୍ଵାଟସ୍ଆପ୍ ଦ୍ଵାରା ପ୍ରେରିତ ଲେଖା ଗ୍ରହଣୀୟ ନୁହେଁ । ତେଣୁ ସହୃଦୟ ଲେଖକ/ଲେଖିକା ମାନେ ଲେଖା ପଠାଇବା ପାଇଁ ଏହାର ବ୍ୟବହାର ନକରିବା ପାଇଁ ବିଶେଷ ଅନୁରୋଧ ।  
୮. ପ୍ରିୟ ଲେଖକ / ଲେଖିକା ମାନଙ୍କୁ ବିଶେଷ ଅନୁରୋଧ – ଅନ୍ୟ କୌଣସି ପତ୍ରିକାକୁ ପ୍ରକାଶ କରିବା ପାଇଁ ପଠାଇଥିବା ଲେଖା “ପ୍ରେରଣା” କୁ ପଠାନ୍ତୁ ନାହିଁ କିମ୍ବା “ପ୍ରେରଣା” କୁ ପଠାଇଥିବା ଲେଖା ଅନ୍ୟ କୌଣସି ପତ୍ରିକାକୁ ପଠାନ୍ତୁ ନାହିଁ ।   
୯. ଲେଖା ଚୟନ କେବଳ ସମ୍ପାଦନା ମଣ୍ଡଳୀ ଦ୍ଵାରା ସ୍ଥିରୀକୃତ ହୋଇଥାଏ । ଲେଖକ/ଲେଖିକା ମାନେ ଏହା ଉପରେ କୌଣସି ଅଭିଯୋଗ ରଖିପାରିବେ ନାହିଁ । ଲେଖାଗୁଡିକ କୌଣସି ଧର୍ମ ବହିଃର୍ଭୂତ ତଥା ବିରୋଧୀ ତତ୍ତ୍ଵ ଉପରେ ଆଧାରିତ ନ ହେବା ଆବଶ୍ୟକ  । 
୧୦. ପ୍ରେରଣା ଇ-ପତ୍ରିକାରେ ପ୍ରକାଶିତ ଲେଖା ତଥା ଏହାର ୱେବସାଇଟ ରେ ପ୍ରଦତ୍ତ ତଥ୍ୟ ସମ୍ପାଦକଙ୍କ ଅନୁମତି ବିନା କୌଣସି ପତ୍ର-ପତ୍ରିକା ରେ ପ୍ରକାଶିତ ହେବା ଅପରାଧ ବୋଲି ବିବେଚନା କରାଯିବ । ସୁତରାଂ ଏଥି ନିମନ୍ତେ ସମ୍ପାଦକଙ୍କ ଠାରୁ ଲିଖିତ ଅନୁମତି ଆବଶ୍ୟକ ।  
୧୧. ଏହି ପତ୍ରିକାରେ ପ୍ରକାଶିତ ସମସ୍ତ ଲେଖା ଉଭୟ ପ୍ରକାଶକ ଏବଂ ଲେଖକ/ଲେଖିକା ମାନଙ୍କ ପାଖରେ ସର୍ବଦା ସରଂକ୍ଷିତ । ତେଣୁ ନିଜସ୍ଵ ଲେଖା କୁ ସୋସିଆଲ ମିଡିଆ/ନେଟୱର୍କରେ ପ୍ରଚାର ଏବଂ ପ୍ରସାର ନିମନ୍ତେ ସେୟାର୍ କରିବାର ସଂପୂର୍ଣ୍ଣ ଅଧିକାର ପ୍ରିୟ ଲେଖକ/ଲେଖିକା ମାନଙ୍କର ଅଛି ।  

ପ୍ରେରଣା ଇ-ପତ୍ରିକାରେ ପ୍ରକାଶିତ ସମସ୍ତ ଲେଖା, ଲେଖକ/ଲେଖିକା ମାନଙ୍କର ନିଜସ୍ଵ ସୃଷ୍ଟି ହୋଇଥିବାରୁ ଯେକୌଣସି ବାଦାନୁବାଦ ପାଇଁ କେବଳ ଲେଖକ/ଲେଖିକା ମାନେ ଉତ୍ତରଦାୟୀ ରହିବେ । ଏଥିରେ ପ୍ରକାଶକ, ସମ୍ପାଦକ କିମ୍ବା ପତ୍ରିକାର କୌଣସି ଉତ୍ତରଦାୟିତ୍ଵ ରହିବ ନାହିଁ ।

About Prerana

Here we provide a platform to encourage writers and bring forth the hidden talents of Odia literature.

Our mission

We Transform Your Vision into Creative Results

Copyright© 2020 Prerana. All rights reserved.